आहे नील शैल प्रबल मर्त्य वारण
मो अरत नलिनी बनकु करा दलन
गजराज चिंता कला थाई घोर जलेण,
चक्र पेसि नक्र नासि उद्धरिल आपण
घोर बने मृगुणिकु पडिथिला कसण,
केदे बड़ बिप्पतिरु राख्याकल आपण
कुरु सभा तले सुनी द्रौपदी र जनाण,
कोटि वस्त्र देई हेले लज्या कल बारण
रावण र भाई बिभीसण गला शरण,
शरण संभाली तंकु लंके कल राजन
प्रहलाद पिता से जे बड़ा दुष्ट दारुण,
स्तम्भ रु बहारि ताकु बिदारिल तख्यण
कहे
सालबेग हिन जाति-रे मु जबन
श्रीरंगा चरण तले करु-अछी जनाण
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ । ଘୋଷା ।
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ । ୧ ।
ଘୋର ବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ । ୨ ।
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ । ୩ ।
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ । ୪ ।
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ । ୫ ।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ । ୬ ।